ଗୁରୁତର ଲାଲୁ ପ୍ରସାଦ ଯାଦବ
ବିହାରର ମୁଖ୍ୟମନ୍ତ୍ରୀ ତଥା ଆରଜେଡିର ଅଧ୍ୟକ୍ଷ ଲାଲୁ ପ୍ରସାଦଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ଦିଲ୍ଲୀ ଏମ୍ସ ସ୍ଥାନାନ୍ତର କରାଯାଇଛି।
Loading...
ବିହାରର ମୁଖ୍ୟମନ୍ତ୍ରୀ ତଥା ଆରଜେଡିର ଅଧ୍ୟକ୍ଷ ଲାଲୁ ପ୍ରସାଦଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ଦିଲ୍ଲୀ ଏମ୍ସ ସ୍ଥାନାନ୍ତର କରାଯାଇଛି।
୨୮ଦିନରେ ପହଁଚିଛି ୟୁକ୍ରେନ-ରୁଷ ଯୁଦ୍ଧ । ୟୁକ୍ରେନର ବିଭିନ୍ନ ସହର ଉପରେ ଘନ ଘନ ମିସାଇଲ, ବୋମା ଓ ରକେଟ ମାଡ କରୁଛି ରୁଷ । ପୁଟିନବାହୀନି ଗୋଟେ ପରେ ଗୋଟେ ସହରକୁ ଅକ୍ତିଆର କରୁଥିବାବେଳେ ମାକାରିଭ ଓ ମାରିୟୁପୋଲକୁ କବଜା କରିଥିବା ଲକ୍ଷ୍ୟରେ ଆକ୍ରମଣ ବୃଦ୍ଧି କରିଛି ।
ଆଜି ଆର୍ଖାନ୍ଗେଲ୍ସ୍କ୍ ଓବ୍ଲାଷ୍ଟ୍ର ମିର୍ନିରେ ଥିବା ‘ପ୍ଲେସ୍ତେସ୍କ୍ କସ୍ମୋଡ୍ରମ୍’ରୁ ରୁଷ୍ ମହାଶୂନ୍ୟକୁ ‘ସୋୟୁଜ୍-୨.୧ଏ’ ନାମକ ଗୋଟାଏ ମହାକାଶଯାନ ବହନକାରୀ ରକେଟ୍ ଉତ୍କ୍ଷେପଣ କରିଛି।
ଗତ ୧୨ ତାରିଖରେ ବାଣପୁର ବ୍ଲକ ଅଫିସ ସାମ୍ନାରେ ଲୋକଙ୍କ ଉପରେ ଗାଡ଼ି ଚଢାଇ ମାରିବାକୁ ଉଦ୍ୟମ ଅଭିଯୋଗରେ ଚିଲିକାର ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଜେଲ୍ ଗଲେ । ବାଣପୁର ଜେଏମ୍ଏଫସି କୋର୍ଟ ବିଧାୟକ ଜାମିନ୍ ଆବେଦନ ଖାରଜ କରିବାରୁ ତାଙ୍କୁ ଜେଲ୍ ପଠାଇ ଦିଆଯାଇଛି ।
ପୌର ଭୋଟ ପାଇଁ ଚାଲିଛି ସଜବାଜ । ଆଜି ପୋଲିଙ୍ଗ୍ ବୁଥ୍ ଅଭିମୁଖେ ବାହାରିବେ ପୋଲିଙ୍ଗ ପାର୍ଟି । ପୌର ଭୋଟ ପାଇଁ ନିୟୋଜିତ ହେବେ ୨୨ ହଜାର ପୋଲିଂ କର୍ମଚାରୀ। ପ୍ରତ୍ୟେକ ପୋଲିଂ ପାର୍ଟିରେ ଜଣେ ପ୍ରିଜାଇଡିଂ ଅଫିସର ଏବଂ ୪ ଜଣ ପୋଲିଂ ଅଫିସର ରହିବେ ।
ସେନାରେ ଭର୍ତ୍ତି ହେବାକୁ ଦେଖିଥିବା ସ୍ବପ୍ନ ଆଜି ତାଙ୍କୁ ଷ୍ଟାର କରି ଦେଇଛି । ମିଡିଆଠୁ ନେଇ ବଡ ବଡ ନେତା ଓ ବଲିଉଡରୁ ତାଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ । ରାତିରେ ରାସ୍ତାରେ ଦୌଡ ଅଭ୍ୟାସ କରି ରାତିରାତି ଷ୍ଟାର ପାଲଟିଥିବା ପ୍ରଦୀପ ମେହେରାଙ୍କ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି ।
ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ଘଟଣା । ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିବା ମାଷ୍ଟରମାଇଣ୍ଡ ଶର୍ମିଷ୍ଠା ରାଉତଙ୍କୁ ଝଟକା । ଏହି ମାମଲାର ଶୁଣାଣୀ କରି ଶର୍ମିଷ୍ଠାଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି ହାଇକୋର୍ଟ ।
ମାଆ ହେବାକୁ ଯାଉଛନ୍ତି ସୋନମ କପୁର । ଖୁବ ଶୀଘ୍ର ଅଭିନେତ୍ରୀ ଶୀଘ୍ର ତାଙ୍କର ପ୍ରଥମ ସନ୍ତାନକୁ ଜନ୍ମ ଦେବାକୁ ଯାଉଛନ୍ତି । ସୋନମ ନିଜ ସ୍ୱାମୀ ଆନନ୍ଦ ଆହୁଜାଙ୍କ ସହ କିଛି ଚିତ୍ର ସେୟାର କରିଛନ୍ତି ।
୨୪ ତାରିଖରେ ରାଜ୍ୟର ୩ଟି ମହାନଗର ନିଗମ, ୪୭ଟି ମୁନିସିପାଲଟି ଓ ୫୯ଟି NAC ରେ ମତଦାନ ହେବ । ସକାଳ ୮ଟାରୁ ସନ୍ଧ୍ୟା ୫ଟା ଯାଏ ଚାଲିବ ଭୋଟ୍ ଗ୍ରହଣ । ପୌର ନିର୍ବାଚନ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ ।
ନିର୍ବାଚନ ପରେ ତେଲ ଦରରେ ଲାଗିଲା ନିଆଁ । ଦୀର୍ଘ ୪ ମାସ ପରେ ବଢିଛି ପେଟ୍ରୋଲ ଓ ଡିଜେଲ ଦର । ଉଭୟ ତେଲର ଲିଟର ପିଛା ଦାମ୍ ସର୍ବଭାରତୀୟ ସ୍ତରରେ ୮୦ ପଇସା ବୃଦ୍ଧି ପାଇଛି ।
ଶେଷ ସମୟରେ ପୌର ପ୍ରଚାର । ଆଜି ପୌର ନିର୍ବାଚନ ପ୍ରଚାର ପାଇଁ ଶେଷ ଦିନ । ଆଜି ସନ୍ଧ୍ୟା ୫ଟାରେ ସରିବ ପ୍ରଚାର । ଏହା ପରେ କୌଣସି ପ୍ରାର୍ଥୀ, ରାଜନୈତିକ ଦଳ କୌଣସି ପ୍ରକାର ସଭା ସମିତି, ପ୍ରଚାର ଆଦି କରିପାରିବେ ନାହିଁ ।
ଆଜି ମଧ୍ୟାହ୍ନରେ ବାଂଲାଦେଶ ଏବଂ ମିଆଁମାର ଉପକୂଳରେ ସ୍ଥଳଭାଗ ଛୁଇଁବ ବାତ୍ୟା । ତେବେ ଏହାର ପ୍ରଭାବ ଓଡ଼ିଶାରେ ପଡ଼ିବନି ବୋଲି ସ୍ପଷ୍ଟ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ ଆଜି ଉତ୍ତର, ପୂର୍ବ ଓ ଦକ୍ଷିଣ ଓଡ଼ିଶାର ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।