Loading...

ଦିଲ୍ଲୀ ଇଡି ଅଫିସ୍‌ରେ କେ. କବିତା

ଦିଲ୍ଲୀ ଇଡି ଅଫିସ୍‌ରେ କେ. କବିତା

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଇଡିରେ ହାଜର ହେଲେ ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କବିତା । ଆଜି ପୂର୍ବାହ୍ନରେ ଜାତୀୟ ରାଜଧାନୀର ତୁଗ୍‌ଲକ୍‌ ରୋଡ୍‌ରେ ଥିବା ବାପାଙ୍କ ସରକାରୀ ବାସଭବନରୁ ବାହାରି କଲୱାକୁନ୍ତଳା କବିତା ଏପିଜେ ଅବ୍ଦୁଲ୍‌ କଲାମ୍‌ ରୋଡ୍‌ସ୍ଥିତ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ର ମୁଖ୍ୟାଳୟରେ ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ପହଞ୍ଚିଥିଲେ।

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଇଡିରେ ହାଜର ହେଲେ ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କବିତା । ଆଜି ପୂର୍ବାହ୍ନରେ ଜାତୀୟ ରାଜଧାନୀର ତୁଗ୍‌ଲକ୍‌ ରୋଡ୍‌ରେ ଥିବା ବାପାଙ୍କ ସରକାରୀ ବାସଭବନରୁ ବାହାରି କଲୱାକୁନ୍ତଳା କବିତା ଏପିଜେ ଅବ୍ଦୁଲ୍‌ କଲାମ୍‌ ରୋଡ୍‌ସ୍ଥିତ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ର ମୁଖ୍ୟାଳୟରେ ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ପହଞ୍ଚିଥିଲେ। ତାଙ୍କୁ ଗତ ୯ ତାରିଖରେ ହଜାର ହେବା ପାଇଁ ସମନ ହୋଇଥିବାବେଳେ ଜନ୍ତର ମନ୍ତର ଠାରେ ତାଙ୍କର ଧାରଣା କାର୍ଯ୍ୟକ୍ରମ ଥିବାରୁ ସେ ଆଉ କିଛି ଦିନ ସମୟ ମାଗିଥିଲେ । ଏଥିପାଇଁ ତଦନ୍ତକାରୀ ସଂସ୍ଥା ସହମତି ପ୍ରକାଶ କରି ଆଜି ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲା । ତେଣୁ ଗତକାଲି ଧାରଣା ପ୍ରଦର୍ଶନ ପରେ BRS ନେତ୍ରୀ ଆଜି ଇଡି ଅଫିସରେ ପହଞ୍ଚିଛନ୍ତି । ମଦ ଦୁର୍ନୀତି ମାମଲାରେ ତାଙ୍କୁ ପଚରାଉଚରା ଚାଲିଛି ।

ସୂଚନାଯୋଗ୍ୟ, ଏହି ବହୁଚର୍ଚ୍ଚିତ ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଗିରଫ ହୋଇ ନ୍ୟାୟିକ ହାଜତରେ ଅଛନ୍ତି । ଏକାଧିକ ସମନ ଏବଂ ଜେରା ପରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ତାଙ୍କୁ ଗିରଫ କରିଥିଲା । ସେହିପରି ଇଡି ହାଇଦ୍ରାବାଦ ଭିତ୍ତିକ ବ୍ୟବସାୟୀ ଅରୁଣ ରାମଚନ୍ଦ୍ରଙ୍କୁ ମଧ୍ୟ ଗିରଫ କରିଥିଲା ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.