Loading...

୧୧୨ ଫୁଟ୍‌ ଉଚ୍ଚ ‘ଆଦିଯୋଗୀ ଶିବ’ଙ୍କର ଆବକ୍ଷ (ମୁଣ୍ଡରୁ ଛାତି ପର୍ଯ୍ୟନ୍ତ) ପ୍ରତିମା ଉନ୍ମୋଚନ

୧୧୨ ଫୁଟ୍‌ ଉଚ୍ଚ ‘ଆଦିଯୋଗୀ ଶିବ’ଙ୍କର ଆବକ୍ଷ (ମୁଣ୍ଡରୁ ଛାତି ପର୍ଯ୍ୟନ୍ତ) ପ୍ରତିମା ଉନ୍ମୋଚନ

ସଦ୍‌ଗୁରୁ ଜଗ୍ଗୀ ବାସୁଦେବ ଏବଂ ସ୍ବାସ୍ଥ୍ୟମନ୍ତ୍ରୀ କେ. ସୁଧାକରଙ୍କ ଉପସ୍ଥିତିରେ ରବିବାର ଦିନ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମାଇ ଚିକ୍କବଲ୍ଲାପୁରରେ ୧୧୨ ଫୁଟ୍‌ ଉଚ୍ଚ ‘ଆଦିଯୋଗୀ ଶିବ’ଙ୍କର ଆବକ୍ଷ (ମୁଣ୍ଡରୁ ଛାତି ପର୍ଯ୍ୟନ୍ତ) ପ୍ରତିମା ଉନ୍ମୋଚନ କରିଛନ୍ତି।

କର୍ଣ୍ଣାଟକରେ ଅଦିଯୋଗୀଙ୍କ ପ୍ରତିମା ସ୍ଥାପନ କରାଯାଇଥିବାରୁ ଖୁସି ବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ ବୋମ୍ମାଇ କହିଲେ, ଅନେକ ଦିନ ପର୍ଯ୍ୟନ୍ତ ଆଦିଯୋଗୀ ଜନସାଧାରଣଙ୍କୁ ପ୍ରେରିତ କରିବେ। ଅଳ୍ପ କେତେ ମୁହୂର୍ତ୍ତ ପାଇଁ ଆଦିଯୋଗୀଙ୍କୁ ଦେଖିଲେ, ଅନେକ କିଛି ହୃଦୟଙ୍ଗମ କରିହେବ ଓ ଆମେ ସମାଧିସ୍ଥ ଅନୁଭବ କରିବା।ପ୍ରତିମା ଉ‌ନ୍ମୋଚନ ସମାରୋହରେ କର୍ଣ୍ଣାଟକର ଜନପ୍ରିୟ ଲୋକନୃତ୍ୟ ‘କମସାଲେ’ ଓ ‘ଡୋଲୁ କୁନିତା’ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଏହାପରେ ଉପାସନା ଭାବେ କେରଳୀ କଳାକାରଙ୍କଦ୍ବାରା ଅନୁଷ୍ଠିତ ହୋଇଥିଲା ଅଗ୍ନିନୃତ୍ୟ ‘ତେୟାମ୍‌’। ତା’ପରେ ପ୍ରଦର୍ଶିତ ହୋଇଥିଲା, ୧୪ ମିନଟ୍‌ର ଭିଡିଓ ସୋ’ ‘ଆଦିଯୋଗୀ ଦିବ୍ୟ ଦର୍ଶନମ୍’। ରବିବାରଠାରୁ ଆରମ୍ଭ କରି ପ୍ରତି ସନ୍ଧ୍ୟାରେ ସନ୍ନିଧିରେ ସମସ୍ତ ଦର୍ଶକମାନଙ୍କ ପାଇଁ ଏହି ସୋ’ ପ୍ରଦର୍ଶନ କରାଯିବ। 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.